logo

‘ଟିପିଏନଓଡିଏଲ’ ପକ୍ଷରୁ ବାରିପଦା ଠାରେ ଉଦଘାଟିତ ହେଲା ଅଭିଯୋଗ ପ୍ରତିବିଧାନ ମଞ୍ଚ; ହାତ ପାହାନ୍ତାରେ ପହଞ୍ଚିବ ‘ଟିପିଏନଓଡିଏଲ’ର ସମସ୍ତ ସେବା

ODISHA: ମୟୂରଭଞ୍ଜ/ବାରିପଦା (DLH KHABAR): ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଅଧିନସ୍ଥ ଉଦଳା ଓ ବାରିପଦା ଗ୍ରାହକ ସେବା କେନ୍ଦ୍ରର ନବୀକରଣ ଗୃହ ଉଦଘାଟିତ ହୋଇଯାଇଛି। ଏଥି ସହିତ ବାରିପଦା ଅଭିଯୋଗ ପ୍ରତିବିଧାନ ମଞ୍ଚ (ଜିଆରଏଫ୍)ର ମଧ୍ଯ ଲୋକାର୍ପଣ କରାଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ଟିପିଏନଓଡିଏଲ୍ ସିଇଓ ଭାସ୍କର ସରକାର ଯୋଗଦେଇ ଏହାର ଲୋକାର୍ପଣ କରିଥିବା ବେଳେ ଚିଫ୍ ଅପରେସନ୍ ନିଲେସ ଫୋଟଫଡେ, ସିନିଅର୍ ଜିଏମ ଶରତ ଚନ୍ଦ୍ର ମହାଳିକ, ଏସସି ହରିଶ୍ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏ ଅବସରରେ ସିଇଓ ଶ୍ରୀ ସରକାର କହିଥିଲେ ଯେ, "ନିଜର ଉପଭୋକ୍ତା ମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା ତଥା ସେବା ବିତରଣ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବା ପାଇଁ ଟିପିଏନଓଡିଏଲ୍ ବିଶେଷ ଧ୍ୟାନ ଦେଇ ଆସିଛି। ମୁଖ୍ୟତଃ ଉପଭୋକ୍ତାମାନଙ୍କ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ଓ ସେମାନଙ୍କ ହାତ ପାହାନ୍ତାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ଵ ଦେଉଛି ଟିପିଏନ୍ଓଡିଏଲ୍। ଉପଭୋକ୍ତାମାନଙ୍କ ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସମସ୍ଯାର ସମାଧାନ ପାଇଁ ଗ୍ରାହକ ସେବା କେନ୍ଦ୍ର ଉପଲବ୍ଧ କରଯାଇଛି। ଏଠାରେ ଉପଭୋକ୍ତା ବିଦ୍ୟୁତ ସେବା ସମ୍ପର୍କିତ ନିଜର ଦ୍ଵନ୍ଦ୍ଵ ଦୂର କରିବା, ସମସ୍ଯାର ସମାଧାନ କରିବା ସହିତ ବିଲ ପୈଠ ମଧ୍ୟ କରିପାରିବେ ଗ୍ରାହକ ମାନେ। ସେହିପରି ସଠିକ ଏବଂ ସ୍ବଚ୍ଛ ବିଦ୍ୟୁତ୍ ବିଲ୍ ପ୍ରଦାନ କରିବା ଉପରେ ଟିପିଏନ୍ଓଡିଏଲ୍ ଗୁରୁତ୍ଵ ଦେଉଛି। ଯାହାକି ଉପଭୋକ୍ତାଙ୍କ ବୁଝିବା ପାଇଁ ସହଜ ଓ କୌଣସି ଅସଙ୍ଗତି ଥିଲେ ସଂଶୋଧନ କରିବା ପ୍ରକ୍ରିୟା ମଧ୍ୟ ସହଜ ଅଟେ। ଗ୍ରାହକମାନଙ୍କ ବିଦ୍ୟୁତ୍ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ପାଇଁ ଜିଆରଏଫ୍ ମଧ୍ଯ ଉପଲବ୍ଧ କରଯାଇଥିବା ଏବଂ ବାରିପଦା ଜିଆରଏଫ୍ ନୂତନ ସଭାପତି ଭାବେ ବ୍ରଜ ସୁନ୍ଦର ପରିଡାଙ୍କୁ ନିଯୁକ୍ତି ଦିଆ ଯାଇଥିବା ସେ ଦର୍ଶାଇଛନ୍ତି॥

78
7378 views